ବଡସାହି: ରାଷ୍ଟ୍ରୀୟ ସ୍ୱୟଂସେବକସଂଘର ୧୦୦ବର୍ଷ ପୂର୍ତ୍ତିରେ ବୈଶିଙ୍ଗାରେ ପଥସଞ୍ଚଳନ,ଶାରୀରିକ ପ୍ରଦର୍ଶନରେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳିଙ୍କ ଯୋଗଦାନ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ବୈଶିଙ୍ଗା ଖଣ୍ଡର ବିଜୟା ଦଶମୀ ଉତ୍ସବ ଓ ଆର.ଏସ୍.ଏସ୍.ର ଶତବାର୍ଷିକ ପାଳନ ଉପଲକ୍ଷେ ପଥ ସଂଚଳନ ଓ ଶାରୀରିକ ପ୍ରଦର୍ଶନ କାର୍ଯ୍ୟକ୍ରମ ରବିବାର ଅପରାହ୍ନ ତିନିଟାରେ ବୈଶିଙ୍ଗା ଠାରେ ଅନୁଷ୍ଠିତ ହୋଇ ଯାଇଛି l ସଂଘର ସ୍ବୟଂସେବକମାନଙ୍କର ଏକ ଭବ୍ୟ ପଥ ସଂଚଳନ ବୈଶିଙ୍ଗା ଶିବାଜୀ ଯୁବକ ସଂଘ ନିକଟରୁ ବାହାରି ମହୁରୀ, ବୈଶିଙ୍ଗା ବଜାର, ଓଲଡିହ ଛକ ପରିକ୍ରମା କରି କେନ୍ଦୁଆ ଶିବମନ୍ଦିର ପଡିଆରେ ପହଞ୍ଚିଥିଲା l