ଲଗାଣ ବର୍ଷାରେ ଧସିଲା ପାହାଡ଼, ରାସ୍ତାରେ ବିରାଟ ପଥର। ପାହାଡ଼ରୁ ପଥର ଧସି ଘାଟି ରାସ୍ତା ବିପଦପୂର୍ଣ୍ଣ ହୋଇପଡ଼ିଛି। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ପାରିବେଟା ଘାଟି ରାସ୍ତାରେ ପାହାଡ଼ରୁ ଖସିଛି ବିରାଟକାୟ ପଥର l ଯାତାୟତ ପ୍ରଭାବିତ ହୋଇଥିବା ବେଳେ କୌଣସି ଯାତ୍ରୀଙ୍କର କିଛି ଅସୁବିଧା ହୋଇନାହିଁ l