ପାରଳାଖେମୁଣ୍ଡି: ଅଡବା ଥାନା ଅଞ୍ଚଳରେ ଜନୈକା ନାବାଳିକାକୁ ଅପହରଣ ଓ ଅସଦାଚରଣ ଅଭିଯୋଗରେ ଜଣେ ଯୁବକ ଅଟକ, ନାବାଳିକା ଉଦ୍ଧାର
ଗଜପତି ଜିଲ୍ଲା ଅଡବା ଥାନା ରେ ଜଣେ ନାବାଳିକା କୁ ଅପହରଣ କରି ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ସଂନ୍ଧ୍ୟା ୬ ଘଣ୍ଟ ସମୟରେ ଏ ସମ୍ପର୍କରେ ଏତଲା ଆଧାରରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି। ଘଟଣା ରେ ଅପରାଧିକ କାର୍ଯ୍ୟକଳାପ ରେ ସସ୍ଳିଷ୍ଟ ଥିବା ସନ୍ଧେହରେ ସଂନ୍ଧିଗ୍ଧ ଜଣେ ବ୍ୟକ୍ତି କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ। ଅଡବା ଥାନାରେ ୧୧୧/୨୪ ନମ୍ବର କେସ ହୋଇଥିବା ବେଳେ ଅଡବା ଥାନା ଅଞ୍ଚଳ ର ଜୈନିକ ନାବାଳିକା ଟି ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ଘଟଣା କୁ ଗମ୍ଭିରତା ର ସହ ନେଇ ଖୋଜାଖୋଜି