ସୁନ୍ଦରଗଡ ସହର: ରେମୁଣ୍ଡା ମଙ୍ଗସପୁର ରାସ୍ତାରେ ଦୁର୍ଘଟଣା; ବାଇକ ଆରୋହୀ ମୃତ, ଘଟଣାସ୍ଥଳରେ ରାସ୍ତା ଅବରୋଧ କଲେ ଗାଁ ଲୋକେ
ବୁଧବାର ବିଳମ୍ୱିତ ରାତିରେ ଝାରସୁଗୁଡ଼ାରୁ ନିଜ ଗାଁ ମଙ୍ଗସପୁର ଫେରୁଥିବା ବେଳେ ହାଇୱା ଧକ୍କାରେ ବାଇକ ଆରୋହୀ ମୃତ । ମୃତକ ଜଣଙ୍କ ମଙ୍ଗସପୁର ଗ୍ରାମର ଶମ୍ଭୁ ନାଏକ ହୋଇଥିବା ବେଳେ ସେ ଯୋଗୀମାଲ ଯଶୋଦା ବିଷ୍ଣୁ କଲେଜର କର୍ମଚାରୀ । ଏନେଇ ସକାଳ ୬ଟାରେ ଘଟଣାସ୍ଥଳରେ ଗାଁ ଲୋକେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି ସହ ବାରମ୍ବାର ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି । ଘଟଣା ସ୍ଥଳରେ ଭସ୍ମା ପୋଲିସ ପହଞ୍ଚି ବୁଝାସୁଝା କରୁଛି ।