ପରଜଙ୍ଗ: କାମାକ୍ଷାନଗର ଠାରେ ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭପତି ସନ୍ଦୀପ ଷଡ଼ଙ୍ଗୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମୀ
କାମାକ୍ଷାନଗର ଠାରେ ବିଜୁ ଜନତା ଦଳର ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭପତି ସନ୍ଦୀପ ଷଡ଼ଙ୍ଗୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ କର୍ମୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଜେଡ଼ି ପକ୍ଷରୁ ନୂତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀଙ୍କୁ ରବିବାର ଅପରାହ୍ନ ୧ଟାରେ କାମାକ୍ଷାନଗର ଠାରେ ଦଳୀୟ କର୍ମୀ ମାନେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।କାମାକ୍ଷାନଗର ପୂର୍ବତନ ମନ୍ତ୍ରି ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତିକୁ ସ୍ଵାଗତ କରାଯିବା ସହ ଧନ୍ୟବାଦ ଜଣାଇଥିଲେ।