ପଟ୍ଟାମୁଣ୍ଡାଇ: ଫଲସ ପୋଲିଂ ଅଭିଯୋଗରେ ମଧୁପଡା ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ, ପୋଲିଂ ପାର୍ଟିଙ୍କୁ ଉଦ୍ଧାର କଲା ପୋଲିସ
ରାଜକନିକା ବରାଡ଼ିଆ ମଧୁପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କରାଯାଇଥିବା ମତଦାନ କେନ୍ଦ୍ରର ୯୯ନମ୍ବର ବୁଥ ରେ ପ୍ରିଯାଇଣ୍ଡିଙ୍ଗ ଅଫିସର ଇଭିଏମ ରେ ମତଦାନ କରିଦେବାକୁ ନେଇ ଉତ୍ତେଜନା ଦେଖିବାକୁ ମିକିଥିଲା। ଉତ୍ୟକ୍ତ ଲୋକେ ପୋଲିଙ୍ଗ ପାର୍ଟିକୁ ବିଦ୍ୟାଳୟ ଭିତରେ ତାଲା ପକାଇ ରଖିଥିଲେ। ପାଖାପାଖି ଏକ ଘଣ୍ଟା ପରେ ଖବର ପାଇ ଘଟଣା ସ୍ଥଳରେ ମାଇକ୍ରୋ ଅବଜରବର ଓ କେନ୍ଦ୍ରୀୟ ପୋଲିସ ବାହୀନ ପହଁଚି ଉତ୍ୟକ୍ତ ଲୋକମାନଙ୍କୁ ଘଉଡାଇବା ସହିତ ଉକ୍ତ ମତଦାନ କେନ୍ଦ୍ରରୁ ଇଭିଏମ ମେସିନ ସହିତ ସମସ୍ତ ପୁଲିଙ୍ଗ ପାର୍ଟିକୁ ଉଦ୍ଧାର କରିଥିଲେ।