ପାରଳାଖେମୁଣ୍ଡି: ରାମଗଡ଼ ନିକଟରେ ବସକୁ ପଛ ପଟୁ ଧକ୍କା ଦେଲା ବାଇକ, ଦମ୍ପତି ଗୁରୁତର
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟରେ ଆଜି ସକାଳ ୮ଘଣ୍ଟ ସମୟରେ ଯାତ୍ରୀବାହୀ ବସ୍ କୁ ପଟ ପଟୁ ଏକ ବାଇକ ଧକ୍କା ହୋଇ ଘଟିଛି ଦୁର୍ଘଟଣା।ଦୁର୍ଘଟଣାରେ ବାଇକ ଆରୋହୀ ଦମ୍ପତି ଗୁରୁତର। ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତି କରିଛନ୍ତି। ଆହାତ ଦମ୍ପତି ହେଲେ ପାଲଡା ଗାଁ ର ସୁରେନ୍ଦ୍ର ମଲ୍ଲିକ ଓ ଶାନ୍ତି ଲତା ମଲ୍ଲିକ। ଦୁହେଁ ବାଇକ ଯୋଗେ ନିଜ ଗ୍ରାମରୁ କମଳାପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ବସକୁ ପଛପଟୁ ଧକ୍କା ହୋଇଥିଲା ।