ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ବଜାର ଅଞ୍ଚଳରେ ଶାରଦୀୟ ଦଶହରା ପୂଜା ଆରମ୍ଭ, ଦଶଗୋଟି ପୂଜା ମଣ୍ଡପରେ ପୂଜା ଚାଲିଛି
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ବଜାର ଅଞ୍ଚଳରେ ଆଜି ତା ୨୯।୯ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ୧୦ଟି ମଣ୍ଡପରେ ଦୁର୍ଗତନାଶିନୀ ମା ଦୁର୍ଗାଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଛି। ମଧ୍ୟାହ୍ନ ପରେ ମଣ୍ଡପ ଗୁଡ଼ିକରେ ୭ ମୀ ପୂଜା ଓ ଯଜ୍ଞ ଆରମ୍ଭ ହୋଇଛି। ସନ୍ଧ୍ୟାରେ ଶ୍ରଦ୍ଧାଳୁ ମାନେ ମଣ୍ଡପ ଗୁଡିକରେ ପୂଜାର୍ଚ୍ଚନା କରୁଥିବାର ଦେଖାଯାଇଥିଲା। ସନ୍ଧ୍ୟାରେ ନାଟିମା ବଜାର ମହିମା ଗେଟ୍ ଠାରୁ ଯୋରନ୍ଦା ବଜାର ଶିବମନ୍ଦିର ପର୍ଯ୍ୟନ୍ତ ଲାଇଟ୍ ଗେଟ୍ ଓ ତୋରଣ ଆକର୍ଷଣୀୟ ଭାବେ ସାଜସଜ୍ଜାରେ ଝଲସୁଛି ବଜାର ଅଞ୍ଚଳ।