ଆଜି ଡିସେମ୍ବର 21 ତାରିଖ ରବିବାର ଅପରାହ୍ନ 4 ଟାରେ ଏହି ବୈଠକ ଆରମ୍ଭ ହୋଇ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଚାଲିଥିଲା। ବିଜୁ ଜନତା ଦଳକୁ ଏବର୍ଷ 29 ପୂରିବ। ଏହାକୁ ଅତି ଚାମତ୍କାର ଓ ନିଆରା ଢଙ୍ଗରେ ପାଳିବା ନେଇ ଜିଲ୍ଲା ବିଜୁ ଜନତା ଦଳ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଖେଳିବାରେ ଲାଗିଛି। ଏ ନେଇ ଆଜି କରମଡିହି ରେ ଦଳୀୟ ନେତା ମାନେ ସଦର ନିର୍ବାଚନ ମଣ୍ଡଳୀ, ତଳସରା ନିର୍ବାଚନ ମଣ୍ଡଳୀ ଓ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ନେତାଙ୍କୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ କରିଛନ୍ତି। ତେବେ ନିକଟ ଭବିଷ୍ୟତରେ ଆଉ ଏକ ବୈଠକ କରାଯାଇ ସମସ୍ତ ନେତାଙ୍କୁ ତାଙ୍କ ଦାୟିତ୍ଵ ବଣ୍ଟନ କରାଯିବ