ବେତନଟୀ ତହସିଲ କାର୍ଯ୍ୟାଳୟରେ ଶନିବାର ଅପରାହ୍ନ ତିନିଟାରେ ଦୁଇଟି ପକଳ୍ପର ଶୁଭ ଶିଳାନ୍ୟାସ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ଗ୍ରାମ୍ୟ ଉନ୍ନୟନ ବିଭାଗ ନିରୀକ୍ଷଣରେ ବେତନଟୀ ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରରେ ଦୁଇଦୁଇଟି ସରକାରୀ ବାସଭଵନ ନିର୍ମାଣ କରାଯିବାକୁ ଥିବାବେଳେ ତନ୍ମଧ୍ୟରୁ ଗୋଟିଏ ନୂତନ ଡି ଟାଇପ ସରକାରୀ ବାସଭଵନ ଥିବାବେଳେ ଅନ୍ୟଟି ନୂତନ ଏଫ ଟାଇପ ବାସ ଭଵନ ରହିଛି l