କୋରାପୁଟ ସହର: କୋରାପୁଟ ୨୬ ନଂ ଜାତୀୟ ରାଜପଥ ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ ନିରୀକ୍ଷଣ କଲେ ପୂର୍ତ୍ତ ବିଭାଗ ଯନ୍ତ୍ରୀ
କୋରାପୁଟ ସଦର ମହକୁମାର ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ ପହଞ୍ଚି ଆଜି ଦିନ ୨ଟା ସମୟରେ ନିରୀକ୍ଷଣ କରିଛନ୍ତି। ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ।ଉକ୍ତ ମାର୍କେଟ କମ୍ପ୍ଲେକ୍ସ ଏବଂ ଷ୍ଟଲ ଗୁଡ଼ିକ ସୁରକ୍ଷିତ ଅଛି କି ନାହିଁ ତାହାର ରିପୋର୍ଟ ପ୍ରଦାନ କରିବାକୁ ବିଭାଗକୁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନା ଯୋଗ୍ୟ ଯେ ଛାତ ଭୁଷୁଡି ଜଣଙ୍କର ମୃତ୍ୟୁ ହେବା ପରେ ବିଶ୍ୱାସରାୟ ମାର୍କେଟ କମ୍ପ୍ଲେକ୍ସ କୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଛି।