ବ୍ୟାସନଗର ମୁଣ୍ଡମାଳ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର 34ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ l ଆଜି ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ୱ ଆୟୋଜିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିସହିତ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଉଥୁବା ନୂତନ ଶିକ୍ଷା ନୀତି ସମ୍ପର୍କରେ ଆଲୋଚନା କରିଥିଲେ l