ଶାବର ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ମହଣ ମହଣ ସୁନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଦାରୁବ୍ରହ୍ମ। ଦିବ୍ୟ ବେଶ ଦେଖିବାକୁ ଶାବର ଶ୍ରୀକ୍ଷେତ୍ର କୋରାପୁଟ ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଭିଡ । ନିର୍ଘଣ୍ଟରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇଥିବା ବେଳେ ଝିପିଝିପି ବର୍ଷାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ଦିବ୍ୟ ସୁନାବେଶ ଦେଖିବା ଲାଗି ରାତି ୧୦ ଟା ପର୍ଯ୍ୟନ୍ତ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସୁନାବେଶ ଉପଲକ୍ଷେ ପ୍ରବଳ ଜନସମାଗମ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି.