ଆସିକା: ନୂଆଗାଁ ଚିନୀଶୀଳ୍ପ କଲ୍ୟାଣ ମଣ୍ଡପ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ
Asika, Ganjam | Oct 31, 2025 ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କାଳସଣ୍ଢପୁର ପଞ୍ଚାୟତ ନୂଆଗାଁ ସ୍ଥିତ ଚିନୀଶୀଳ୍ପ କଲ୍ୟାଣ ମଣ୍ଡପ ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଚିନୀଶୀଳ୍ପ ଏବଂ ନୂଆଗାଁ ଯୁବକ ସଙ୍ଘ ପକ୍ଷରୁ ମିଳିତ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ରେ ଜିଇଏମଏସ ମେଡିକାଲ ସ୍କୁଲ ଓ ହସ୍ପିଟାଲ ଅଭିଜ୍ଞ ଡାକ୍ତର, କର୍ମଚାରୀ ମାନେ ଯୋଗଦେଇ ଥିବା ବେଳେ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ଏହି ଅବସର ରେ ମାଗଣା ସ୍ୱାସ୍ଥ୍ୟପରୀକ୍ଷା କରି ଔଷଧ ନେଇଥିବା ଦେଖିବାକୁ ମିଳିଛି l