ରାସଗୋବିନ୍ଦପୁର: ଧୋବଣିଶୋଳ ଗାଁରେ ୨୦୧୨ମସିହାର ଗାଳିଗୁଲଜ, ମାରପିଟ ଓ ହତ୍ୟାଧମକ ମାମଲାରେ ରାୟ ପ୍ରକାଶକଲେ ମୋରଡା ଜେଏମଏଫସି କୋର୍ଟ, ମା ଓ ପୁଅ ଦୋଷୀ ସାବ୍ୟସ୍ତ
ମୋରଡା ଥାନାରେ ୧୩ବର୍ଷ ପୂର୍ବେ ୨୦୧୨ମସିହାରେ ଗାଳିଗୁଲଜ, ମାରପିଟ ଏବଂ ହତ୍ୟାଧମକ ମାମଲାର ବିଚାରକରି ମୋରଡା ଜେଏମଏଫସି କୋର୍ଟର ମାନ୍ୟବର ବିଚାରପତି ଶ୍ରୁତି ପଟ୍ଟନାୟକ ବୁଧବାର ଅପରାହ୍ନ ପାଞ୍ଚଟରେ ରାୟ ପ୍ରକାଶ କରିବା ସହିତ ମାମଲାରେ ଜଡିତ ଦୁଇଜଣ ଅଭିଯୁକ୍ତ ଉଭୟ ମା ଓ ପୁଅଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି l