ସମ୍ବଲପୁର ମ୍ୟୁନିସିପାଲଟି: ବିଜୁ ଜନତା ଦଳର କିଛି କର୍ମୀ ବିଭିନ୍ନ ଦାବିନେଇ ଜ଼ିଲ୍ଲାପାଳଙ୍କୁ କଲେ ସାକ୍ଷାତ
ଆଜି ବିଜୁ ଜନତା ଦଳର କିଛି କର୍ମୀ ବିଭିନ୍ନ ଦାବିନେଇ ଜ଼ିଲ୍ଲାପାଳଙ୍କୁ ସାକ୍ଷାତ କରିଛନ୍ତି l ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ରେ ଆଦର୍ଶ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଛାତ୍ର ବୃତ୍ତିରେ ସମସ୍ୟା ଓ ସମ୍ବଲପୁର ଧାନମଣ୍ଡି ମାନଙ୍କରେ ଅବବ୍ୟବସ୍ଥା, ଟୋକନ୍ ସମସ୍ୟା, ଧାନ ନ ଉଠିବା ଏହି ସବୁ ସମସ୍ୟା ନେଇ ଆଜି ଦିନ ପ୍ରାୟ 1 ଟା ସମୟରେ ବିଜେଡି ପକ୍ଷରୁ ଜ଼ିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l କିପରି ଏହି ସମସ୍ୟା ଗୁଡିକ ଶୀଘ୍ର ସମାଧାନ ହେଇ ପାରିବ ସେନେଇ ଜିଲ୍ଲାପାଳ ଏହି ବିଷୟକୁ ନେଇ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି l।