ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁରରେ ଆରମ୍ଭ ହୋଇଛି ଧାନ କିଣା
ସମ୍ବଲପୁର ରେ ଆଜିଠାରୁ ଆରମ୍ଭ ହୋଇଛି ଧାନ କିଣା l ଗତକାଲି ଧାନ ସଂଗ୍ରହ ହୋଇ ପାରିନଥିଲା l ଆଜି ଚାଷୀ ଙ୍କ ସହ ଯୋଗାଣ ବିଭାଗ ର ବୈଠକ ପରେ ଚାଷୀ ମାନେ ତାଙ୍କ ଧାନ ବିକ୍ରି କରିଛନ୍ତି l ସେପଟେ ମିଲର୍ସ ମାନେ ରଖିଥିବା ଦାବି ଉପରେ ପ୍ରଶାସନ ଆଲୋଚନା କରିଥିଲା l ଆଲୋଚନା ପରେ ମିଲର୍ସ ମାନେ ମଧ୍ୟ ଧାନ ସଂଗ୍ରହ ରେ ସହଯୋଗ କରିବେ ବୋଲି କହିଥିଲେ l ଏହାପରେ ଆଜି ବିଦ୍ଧି ବଦ୍ଧ ଭାବେ ଦିନ 1 ଟା ସମୟରେ ଧାନ ସଂଗ୍ରହ ହୋଇଛି ବରେଇପାଲି ମାର୍କେଟ ୟାର୍ଡ଼ ରେ l ସେପଟେ ସୋମବାର ଠାରୁ ଜ଼ିଲ୍ଲା ର ସମସ୍ତ ମଣ୍ଡି ରେ ଧାନ କିଣା ଯିବ ବୋଲି ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି l