କୋରାପୁଟ ସହର: କୋରାପୁଟ ସିଡିଏମଓ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମେଡିକାଲ ଅଫିସର ମାନଙ୍କୁ ନେଇ ଦିନିକିଆ ସଚେତନତା ତାଲିମ ଶିବିର
କୋରାପୁଟ ଜିଲ୍ଲାର ମେଡିକାଲ ଅଫିସର ମାନଙ୍କୁ ନେଇ କୁଷ୍ଠ ରୋଗର ନିରାକରଣ ନିମନ୍ତେ ଦିନିକିଆ ସଚେତନତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା ଚିକିତ୍ସା ତଥା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ଖଟୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତାଲିମ ଶିବିରରେ ଜିଲ୍ଲାର ୩୦ ଜଣ ଏମବିବିଏସ ଏବଂ ଆୟୁଷ ଅଫିସର ମାନେ ଯୋଗଦେଇ ଆଜି ଦିନ ୩ଘଣ୍ଟା ପର୍ଯ୍ୟନ୍ତ ତାଲିମ ନେଇଥିଲେ। ଆସ୍କା ଆରଏଲ ଟିଆର ଆଇର ନିର୍ଦ୍ଦେଶକ ଡାକ୍ତର ଭି ଶାନ୍ତାରାମ ତାଲିମଦାତା ଭାବେ ମେଡିକାଲ ଅଫିସର ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।