ବୈଶିଙ୍ଗା ଥାନା ଅଧୀନ ଟିକାୟତପୁର ଗ୍ରାମରେ ଜନୈକ ନାବାଳକ ବେକରେ ଫାଶଦେଇ ଆତ୍ମହତ୍ୟା କରିବା ଘଟଣରେ ମଙ୍ଗଳବାର ମାମଲା ରୁଜୁକରି ଶଵ ବ୍ୟବଛଦ ପରେ ମଙ୍ଗଳବାର ଅପରାହ୍ନ ଚାରିଟାରେ ମୃତଦେହ ପରିବାବର୍ଗଙ୍କୁ ହସ୍ତାନ୍ତର କଲା ବୈଶିଙ୍ଗା ପୁଲିସ l ମୃତକ ନାବାଳକ ଜଣକ ହେଉଛି ଅବିନାଶ ସିଂ l ଅବିନାଶଙ୍କ ଘର ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁରେ ହୋଇଥିବା ବେଳେ ପିଲାବେଳୁ ବାପାଙ୍କ ମୃତ୍ୟୁପରେ ସେ ଟିକାୟତପୁରସ୍ଥିତ ଅଜାଘରେ ରହି ଆସୁଥିଲେ l