ପୋଲସରା: କୁଆନଳା ଗ୍ରାମ ନିକଟ ନଦୀରେ ବୁଡ଼ି ଜଣେ ବୃଦ୍ଧ ମୃତ
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କୁଆନଳା ଗ୍ରାମ ନିକଟ ବାଘୁଆ ନଦିରେ ବୁଡ଼ି ଯେଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଛି l ମୃତ ବୃଦ୍ଧ ସେହି ଗ୍ରାମର ବାଞ୍ଛାନିଧି ଗୌଡ଼ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ବାଞ୍ଛାନିଧି ସବୁଦିନ ଭଳି ଆଜି ମଧ୍ୟ ଗ୍ରାମ ପାଖ ବାଘୁଆ ନଦୀ କୁ ଗାଧୋଇବାକୁ ଯାଇ ଅସାବଧାନତା ବଶତଃ ନଦୀରେ ବୁଡ଼ି ଯାଇଥିଲେ l