କୋରାପୁଟ ସହର: କୋରାପୁଟ ୨୬ ନଂ ଜାତୀୟ ରାଜପଥ ବନଭାରତୀ ଛକରେ ଦୁର୍ଘଟଣା,ସ୍କୁଟି ଭାରସାମ୍ୟ ହରାଇ ବ୍ୟକ୍ତି ଆହତ
କୋରାପୁଟ ୨୬ ନଂ ଜାତୀୟ ରାଜପଥ ବନଭାରତୀ ଛକରେ ଆଜି ରାତି ୯ଟା ସମୟରେ ଭାରସାମ୍ୟ ହରାଇ ଏକ ସ୍କୁଟି ଚାଳକ ଖସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାରେ ସ୍କୁଟି ଚାଳକକୁ ଛାତିରେ ମାଡ଼ ହେବାରୁ ସ୍ଥାନୀୟ ଲୋକେ ସହାୟତା କରିବା ସହ ସ୍କୁଟି ଯୋଗେ ଘରକୁ ଛାଡିଥିବା ଜଣାପଡିଛି। ସ୍କୁଟି ଚାଳକ ଜଣକ ଦୁର୍ଘଟଣା ଯୋଗୁଁ ଆହତ ହୋଇଥିବା ଜଣାପଡିଛି।