କୋରାପୁଟ ସହର: କୋରାପୁଟ ସରକାରୀ ଡିଏଭି ମହାବିଦ୍ୟାଳୟରେ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଆୟୋଜିତ
ସରକାରୀ ଡିଏଭି ମହାବିଦ୍ୟାଳୟ ର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଓ ଇଂରାଜୀ ବିଭାଗର ମିଳିତ ଆନୁକୁଲ୍ୟରେ ଆଜି ଦିନ ୫ଘଣ୍ଟା ପର୍ଯ୍ୟନ୍ତ ଏକ ଦିବସୀୟ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ଉଦଘାଟନୀ ଅଧିବେଶନର ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୀପକ କୁମାର ପଟ୍ଟନାୟକ ଯୋଗଦେଇ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ ଅଭିଭାଷଣ ରଖିଥିଲେ । ନିମନ୍ତ୍ରିତ ଅତିଥି ତଥା ବିଷୟ ବିଶେଷଜ୍ଞଙ୍କୁ ସଂପାନକୁ ସ୍ୱାଗତ କରିବାସହ ପରିଚୟ ପ୍ରଦାନ କରିଥିଲେ ଡ. ପ୍ରୀତିଧାରା ସାମଲ।