ବଡସାହି: ହାତୀଝୁରୀ ଗ୍ରାମରେ ଚଢାଉକରି ମାଟିତଳେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ନକଲି ବିଷାକ୍ତ ବିଦେଶିମଦ ଜବତକଲା ଅବକାରୀ ବିଭାଗ, ଅଭିଯୁକ୍ତ ଗିରଫ
ମୟୁରଭଞ୍ଜ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦେଶକ୍ରମେ ବେତନଟୀ ଅବକାରୀଥାନା ପକ୍ଷରୁ ମୋବାଇଲ ଟିମ ସହାୟତାରେ ବୈଶିଙ୍ଗାଥାନା ଅଧୀନ ହାତୀଝୁରି ଗାଁରେ ଚଢ଼ାଉକରି ମାଟିତଳେ ଲୁଚାଇ ରଖିଥିବା ବିପୁଳ ପ୍ରମାଣର ନକଲି ବିଦେଶିମଦ ଜବତପୂର୍ବକ ଗିରଫ ଅଭିଯୁକ୍ତକୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ କୋର୍ଟଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ଯୁବକ ହେଉଛି ହାତୀଝୁରି ଗାଁର ପଦ୍ମଲୋଚନ ସିଂର ପୁଅ ବାପୁନି ଓରଫ ଧନଞ୍ଜୟ ସିଂ l