କୋରାପୁଟ ସହର: କୋରାପୁଟ ବିଏସଏଫ ସେକ୍ଟର ମୁଖ୍ୟାଳୟରେ ସହୀଦ ଦିବସ ପାଳିତ ହୋଇଯାଇଛି
କୋରାପୁଟ ବିଏସଏଫ ସେକ୍ଟର ମୁଖ୍ୟାଳୟରେ ଆଜି ଦିନ ୧୨ଘଣ୍ଟା ସମୟରେ ସହୀଦ ଦିବସ ପାଳିତ ହୋଇଯାଇଛି। ବିଏସଏଫ କମାଣ୍ଡେଣ୍ଟ ଆର ଏସ ଭଣ୍ଡାରୀ, ବିଏସଏଫ ୧୮୦ ବାଟାଲିୟନ କମାଣ୍ଣେଣ୍ଟ ସଞ୍ଜୟ ଦାସ ଉପସ୍ଥିତିରେ ସହୀଦ ମାନଙ୍କ ଉଦ୍ଧେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ବିଏସଏଫ ମୁଖ୍ୟାଳୟ କାର୍ଯ୍ୟାଳୟ ସମସ୍ତ ଜବାନ ଉପସ୍ଥିତ ଥିଲେ।