ତଲସରା: ବଡ଼ଗାଁ ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସମିତି ବୈଠକ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ସମିତି ବୈଠକ ବଡ଼ଗାଁ ବ୍ଳକ ଅଧ୍ୟକ୍ଷା ଦୁଲାରୀ ସରେଙ୍ଗ ଙ୍କର ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ଶିଶିର ରାଉତରାୟ,ଉପାଧ୍ୟକ୍ଷା ରଶ୍ମୀତା ପଟେଲ, ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଓ ସୋନାଲି ହେସ,ଉପ ବାଚସ୍ପତି ଙ୍କର ବଡ଼ଗାଁ ପ୍ରତିନିଧି ବାବୁଲି କର୍ସେଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।