ସୁନ୍ଦରଗଡ ସହର: NTPC ଦର୍ଲିପାଲି କନଫରେନ୍ସ ହଲରେ ହିନ୍ଦି ପକ୍ଷୱାଡା ପକ୍ଷ ପାଳିତ
ଆଜି ସେପ୍ଟେମ୍ୱର 15 ତାରିଖ ସୋମବାର ଅପରାହ୍ନ ଚାରିଟା ସମୟରେ NTPC ଦର୍ଲିପାଲି ପୋଜେକ୍ଟ ହେଡ ତଥା ସି ଜି ଏମ୍ ଫିୟାଜ୍ ତୟାବ ଏହି ପକ୍ଷର ଶୁଭ ଉଦ୍ଘାଟନ କରିଥିଲେ। ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପକ୍ଷ। ଏହି ଅବସରରେ ସାରା କମ୍ପାନୀରେ କାର୍ଯ୍ୟକରୁଥିବା ସମସ୍ତ ଅଧିକାରୀଙ୍କୁ ହିନ୍ଦି ଭାଷାର ପ୍ରଚଳନ, ଅଫିସ ପରିସରରେ ହିନ୍ଦିରେ କଥାବାର୍ତ୍ତା କରିବା ନେଇ ଶପଥ ପାଠ କରାଇଥିଲେ। କେବଳ ସେତିକି ନୁହେଁ ହିନ୍ଦି ଭାଷା କେବଳ ଆମ ସଂସ୍କୃତିର ପରିଚୟ ନୁହେଁ ଏହା ଶକ୍ତିଶାଳୀ ମାଧ୍ୟମ ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ। ଏହି ଅବସରରେ E -8 ଲେଭେଲ ଅଫିସରଙ୍କ ମଧ୍ୟରେ ହିନ୍ଦି