ଖଲ୍ଲିକୋଟ୍: ମାଁ ତାରାତାରିଣୀଙ୍କ ଅଲୌକିକ ଦର୍ଶନ: ମହାଗୌରୀ ଓ ମହାକାଳୀ ବେଶରେ ଝଲସିଲେ ମାଁ
ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀ ସକାଳେ ମହାଗୌରୀ ଓ ରାତିରେ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ସ୍ୱତନ୍ତ୍ର ଉତ୍ସବରେ ମନ୍ଦିର ପରିସର ଶ୍ରଦ୍ଧାଳୁଙ୍କ ଭିଡ଼ରେ ଲୋକାରଣ୍ୟ ହୋଇଥିଲା।