ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ଲାକ୍ରା ଙ୍କର ସଭାପତିତ୍ବରେ ରେ ସମିତି ବୈଠକ ଅନୁଷ୍ଠିତ ହୋଇଛି। ବିଡ଼ିଓ ଗୋପୀନାଥ ଖାଖା ଏହି ବୈଠକ କୁ ପରିଚାଳନା କରିଥିଲେ। ତେବେ କେତେକ ଜନପ୍ରତିନିଧି ସେମାନେ ଦେଉଥିବା ପ୍ରସ୍ତାବ ମଞ୍ଜୁରୀ ହେଉନଥିବାରୁ ସେମାନେ ମିଳିତ ଭାବେ କକ୍ଷତ୍ୟାଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁତ୍ରା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ।