ତଲସରା: ତୁଡାଲଗା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ ଦେଢ଼ ଘଣ୍ଟା ଧରି ରାସ୍ତା ଅବରୋଧ
ଆଜି ସଂଧ୍ୟା ଛଅଟା ବେଳେ ବଡ଼ଗାଁ ପଟରୁ ବାଇକ ରେ ଗଙ୍ଗାଜଳ ଯାଉଥିବା ଜଣେ ଯୁବକ ଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଯୁବକ ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ତେବେ ଘଟଣାସ୍ଥଳରେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ପାଖାପାଖି ଦେଢ଼ ଘଣ୍ଟା ଧରି ରାସ୍ତା ଅବରୋଧ ରହିଥିବା ବେଳେ ରାସ୍ତା ରେ ଯାତାୟାତ କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ।