ତଲସରା: ଦେଢ଼ମାସ ପରେ ଆଜି ଗାଁକୁ ଫେରିଲା ଦାଦନ ଶ୍ରମିକର ମୃତଦେହ କାନ୍ଦ ବୋବାଳି ରେ ଫାଟିଲା ଗାଁ ଦାଣ୍ଡ
ସୁନ୍ଦରଗଡ଼ ଜିଲ୍ଲାର ତଲସରା ଥାନା ଅନ୍ତର୍ଗତ ତୁମଲିଆ ଗ୍ରାମ ପଞ୍ଚାୟତର ଭୁଗନପଡା ଗ୍ରାମ ର ଦାଦନ ଶ୍ରମିକ ଗୋପୀନାଥ ଧାରୁଆ ଙ୍କର ମୃତ ଦେହ ଗତ ଦେଢମାସ ହେଲା ମୁମ୍ବାଇର ମର୍ଗ ହାଉସରେ ପଡ଼ିରହିଥିଲା। ତେବେ ଆଜି ପ୍ରଶାସନର ସହଯୋଗ ରେ ମୃତ ଦେହ ଗାଁ କୁ ଫେରିଲା। ମୁମ୍ବାଇ ଠାରୁ ଶବ ଉଡାଜାହାଜ ରେ ଭୁବନେଶ୍ୱର ଆସିବା ପରେ ମହାପ୍ରୟାଣ ଗାଡ଼ି ରେ ନିଜ ଗାଁକୁ ପହଞ୍ଚିଥିଲେ। ତେବେ ମୃତ ଦେହ ଗାଁ କୁ ଫେରିଲା ପରେ ଗାଁ ଦାଣ୍ଡ କାନ୍ଦ ବୋବାଳି ରେ ଫାଟି ପଡ଼ିଥିଲା।