ତଲସରା: ବଡ଼ଗାଁ ବସଷ୍ଟାଣ୍ଡରେ ଅନୁଷ୍ଠିତ ଆକର୍ଷଣୀୟ ମେଢ଼ ରେ ମା ଦେବୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା ପାଳିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ବସଷ୍ଟାଣ୍ଡରେ ଆଜି ମା ଦେବୀ ଦୁର୍ଗାଙ୍କର ଅଷ୍ଟମୀ ପୂଜା ଧୁମଧାମରେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଆଜି ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଅଂଶଗ୍ରହଣ କରି ମା ଙ୍କର ଦର୍ଶନ କରିଥିଲେ। ଏହି ପୂଜା ଉତ୍ସବରେ ପୂଜକ ଦାୟିତ୍ଵ ରାଜେଶ ଚକ୍ରବର୍ତ୍ତୀ ତୁଲାଇଥିଲେ। କର୍ତ୍ତା ଦାୟିତ୍ଵ ଶମ୍ଭୁନାଥ ପାଣିଗ୍ରାହୀ ତୁଲାଉଛନ୍ତି। ପୂଜା ପରିଚାଳନା କମିଟିର ସଭାପତି ରାଜକୁମାର ଶର୍ମା ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।