ବୌଦ୍ଧ ସଦର: କୁମାରୀ ନାଳ ନିକଟରୁ ବାରହା ମାଂସ ଜବତ ମାମଲାରେ ଜଣେ ଶିକାରୀକୁ କୋର୍ଟ ଚାଲାଣ
ବୁଧବାର କୁସଂଗ ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁମାରୀ ନାଳ ନିକଟରୁ ବାରହା ମାଂସ ଜବତ ମାମଲାରେ ଗିରଫ ଜଣେ ଶିକାରୀକୁ କୋର୍ଟ ଚାଲାଣ କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ କୁମାରୀ ନାଳ ନିକଟରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରି ମାଂସ କାଟୁଥିବା ଖବର ପାଇ କୁସଂଗ ବନ୍ୟପ୍ରାଣୀ ବନାଞ୍ଚଳ କର୍ମଚାରୀ ମାନେ ଚଢାଉ କରିଥିଲେ | ମାଂସ ସହିତ କଟୁରୀ, ଛୁରୀ, ବାରହା ଶିକାରରେ ବ୍ୟବହୃତ ଇଲେକ୍ଟ୍ରି ତାର, ଜେଇ ତାର ଜବତ କରି ଜଣେ ଆସାମୀକୁ ଗିରଫ କରିଥିଲେ l ଆଜି ଅପରାନ୍ହରେ ମୁଖ୍ୟ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି |