ବେତନଟୀ ଉପକଣ୍ଠ ଶୁଖିଲାହାର ବନ୍ଧଠାରେ ବିହାରୀସମ୍ପ୍ରଦାୟ ପକ୍ଷରୁ ସୂର୍ଯ୍ୟ ଉପାସନାର ମହାପର୍ବ ପବିତ୍ର ଛୋଟପୂଜା ସୋମବାର ଅପରାହ୍ନ ସାଢେ୫ଟାରେ ଆରମ୍ଭ ହୋଇଯାଇଛି l ଏହି ଅବସରରେ ମାନସିକଧାରୀ ଏବଂ ଶ୍ରଦ୍ଧାଳୁ ପ୍ରମୁଖ ଅସ୍ତଗାମୀ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚନା କରିବା ସହିତ ଅର୍ଘ୍ୟ ଅର୍ପଣ କରିଥିଲେ l ସୋମବାର ଅପରାହ୍ନରେ ଆରମ୍ଭ ହୋଇଥିବା ସୂର୍ଯ୍ୟ ଉପାସନାର ମହାପର୍ବ ଛୋଟପୂଜାରେ ଶତାଧିକ ଶ୍ରଦ୍ଧାଳୁ ଓ ମାନସିକଧାରୀ ଯୋଗ ଦେଇଥିଲେ l