ରବିବାର ହରଭଙ୍ଗା ବ୍ଲକ ପୁରୁଣା କଟକ ମିନି ଷ୍ଟାଡିଅମ ଠାରେ ଦୀର୍ଘ 6 ଦିନ ଧରି ଚାଲିଥିବା ପଞ୍ଚମ ମା ଭୈରବୀ ମହୋତ୍ସବର ଉଦଯାପନୀ ସଭା ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ | ମହୋତ୍ସବ କମିଟି ସଭାପତି ଅଶୋକ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବିଧାୟକ କନ୍ହାଇ ଚରଣ ଡାଙ୍ଗ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |