ବାରକୋଟ ବ୍ଳକ ଚନ୍ଦନଖୁଣ୍ଟି ଗ୍ରାମରେ ନବନିର୍ମିତ ମା ତାରିଣୀ ମନ୍ଦିର ରତ୍ନମୁଦ ସ୍ଥାପନ ଓ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଆୟୋଜକ ଅନୁଷ୍ଠାନ ସଭାପତି ଇଂ ହୀରାଧର ସାହୁ ଏବଂ ସମ୍ପାଦକ ସୁଶାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି କଳସ ଶୋଭାଯାତ୍ରା, ଯଜ୍ଞ ଓ ପୂଜାକାର୍ଯ୍ୟ ଆରମ୍ଭ ସହିତ ରତ୍ନମୁଦ ସ୍ଥାପନ କରାଯାଇଥିଲା। ଶତାଧିକ ଭକ୍ତ ଏଥିରେ ସାମିଲ ହୋଇ ରତ୍ନମୁଦ ସମୟରେ ବିଭିନ୍ନ ଶସ୍ୟ ଏବଂ ଅଷ୍ଟଧାତୁ ଅର୍ପଣ କରିଥିଲେ।ସକାଳୁ ୧୦୮ ଜଣ ମହିଳା ଗାଁର ନିମୁହୀ ପୋଖରୀରୁ କଳସରେ ଜଳ ସଙ୍ଗ୍ରହ କରି ସଙ୍କୀର୍ତ୍ତନର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ଆସିଥିଲେ ।