ଜମନକିରା ବ୍ଲକ ଅନ୍ତର୍ଗତ ବଡରମା ସାପ୍ତାହିକ ହାଟରେ କଣ୍ଟେନର ଧକ୍କାରେ ଭାରସାମ୍ୟ ହରାଇ ଏକ ଟାଟା ACE ଗାଡ଼ି ୩ ଜଣ ମହିଳାଙ୍କୁ ଧକ୍କା ଦେଇ ଥିଲା। ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗୁରୁବାର ଦିନ ଦେବଗଡ଼ ପଟୁ ଏକ କଣ୍ଟେନର ଟ୍ରକ୍ ସମ୍ବଲପୁର ପଟକୁ ଯାଉଥିବା ବେଳେ ବଡରମା ସାପ୍ତାହିକ ବଜାର ନିକଟରେ ଉକ୍ତ କଣ୍ଟେନର ଟ୍ରକ, ସାମ୍ନାରେ ଯାଉଥିବା ଟାଟା ଏସି କୁ ପଛରୁ ଧକ୍କା ଦେଇଥିବା ଯୋଗୁଁ ଟାଟା ଏସି ଗାଡ଼ି ଟି ଭାରସାମ୍ୟ ହରାଇ ବଜାର ଭିତରେ ବସିଥିବା ୩ ଜଣ ମହିଳାଙ୍କୁ ଧକ୍କା ଦେଇଥିଲା।