ମଙ୍ଗଳବାର ସନ୍ଧ୍ୟାରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରାର ଚୁଡାନ୍ତ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଆସନ୍ତାକାଲି ତା. 18.11.2025 ରିଖ (ମଙ୍ଗଳବାର ) ଦିନ ସକାଳ ଘ. 7.30 ମି. ସମୟରେ ଜଗନ୍ନାଥ ମନ୍ଦିର ପାଖରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, କାଳେଶ୍ଵର ଛକ, ମାଉଲସିଙ୍ଗା ଛକ, ବୁଟୁପାଲି ଛକ, ପଲାଶ ଛକ, ରାଜନ ପାଲି ଛକ ଦେଇ ବ୍ରିଜ ଛକ ଠାରେ ପହଞ୍ଚିବ l