ବାଲେଶ୍ୱର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ସୋର ଗସ୍ତରେ ଆସି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡି ସ୍ଥିତ ନବୋଦୟ ବିଦ୍ୟାଳୟ ଓ ଖଞ୍ଜାମହାଲ ପଥର ଖାଦାନକୁ ଅଚାନକ ଗସ୍ତ କରିଛନ୍ତି । ପ୍ରଥମେ ସୋର ପୌରାଞ୍ଚଳର ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପୌର ପାଳିକାର ଟାଉନ ହଲର ଉନ୍ନତି କରଣ ପାଇଁ ଶିଳାନ୍ୟାସ କରିବା ସହିତ ସତ୍ୟାନନ୍ଦ ହାଇସ୍କୁଲ ନିକଟ ଶିଶୁ ଉଦ୍ୟାନର ଉନ୍ନତ୍ତି କରଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ସମୟରେ ସୋର ବିଧାୟକ ମାଧବ ଧଡ଼ା, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱଜିତ ପ୍ରଧାନ ଉପସ୍ଥିତ ଥିଲେ।