ଗତ ୨ ବର୍ଷ ହେଲା ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଓ ଆଖପାଖ ଗ୍ରାମରେ ଚୋରୀ ବଢ଼ିଚାଲିଥିବାବେଳେ।ଏହାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହି ଚୋର ଦଳ କୁ ଧରିବାରେ ବଡ଼ଗାଁ ଥାନା ପୋଲିସ କୁ ବଡ଼ ସଫଳତା ମିଳିଛି। ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ, ଫୁଲବାରୀ ଗ୍ରାମ ନିକଟରେ ବନ୍ଦ ଅବସ୍ଥାରେ ଥିବା ଏକ ପିଚୁ ଫ୍ୟାକ୍ଟ୍ରି ରେ ଶନିବାର ମଧ୍ୟାହ୍ନ ରେ ଚୋର ମାନେ ଚୋରୀ କରିବାକୁ ଆସିଥିବାବେଳେ କାରଖାନା ର ସୁପରଭାଇଜର ଦେଖି ଦେବାରୁ ଚୋର ମାନେ ଟାଟା ଏସି ଗାଡ଼ି ରେ ଫେରାର ହୋଇଯାଇଥିଲେ।