ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯଦୁପୁର ଠାରେ କେନାଲ ରାସ୍ତାରେ କଲେଜରୁ ଘରକୁ ଫେରୁଥିବା ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଝାମ୍ପି ନେଲା ଦୁବ୍ରୃତ୍ତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯଦୁପୁର ଗ୍ରାମ ଠାରେ ଆଜି ତା ୨୨।୯ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଯଦୁପୁର କେନାଲ ରାସ୍ତାରେ ଘରକୁ ଫେରୁଥିବା ଜଣେ କଲେଜ ଛାତ୍ରୀଙ୍କ ମୋବାଇଲ୍ ଫୋନକୁ ଜଣେ ଦୁବ୍ରୃତ୍ତ ଲୁଟି ନେଇଥିବା ଗଁଦିଆ ଥାନାରେ ଆଜି ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଯୋରନ୍ଦା ମହିମା ମହାବିଦ୍ୟାଳୟରେ ପ୍ରଥମ ବର୍ଷ କଳା ଶ୍ରେଣୀରେ ପଢ଼ୁଥିବା ଆରୁହାଁ ଗ୍ରାମର ରବି ଦେହୁରୀଙ୍କ ଝିଅ ରେସମା ଦେହୁରୀ କଲେଜ କ୍ଲାସ ସାରି ଯଦୁପୁର କେନାଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଆଗପଟରୁ ବାଇକ୍ ରେ ଆସି ମୋବାଇଲ ଝାମ୍ପି ନେଲା ଦୁବ୍ରୃତ୍ତ