ଗତକାଲି ବିଳମ୍ବିତ ରାତିରେ ବଡ଼ଗାଁ ଥାନା ଅନ୍ତର୍ଗତ ଇତମା ବସଷ୍ଟାଣ୍ଡ ରେ ଜଣେ ଟ୍ରକ ଚାଳକ ଟ୍ରକ ର ଡ଼ିଜେଲ କାଢି ଜଣେ ଚା ଦୋକାନୀଙ୍କୁ ଚୋରା ରେ ବିକ୍ରୀ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ବଡ଼ଗାଁ ଥାନା ଏଏସଆଇ ସସ୍ମିତା ନାଗ ଚଢ଼ାଉ କରି ଟ୍ରକ ଚାଳକ ଓ ଚା ଦୋକାନୀଙ୍କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରିଛି। ଘଟଣା ଅନୁଯାୟୀ ଉକ୍ତ ଚା ଦୋକାନୀରେ ଚୋରା ଡିଜେଲ କାରବାର ଚାଲିଥିବା ବଡ଼ଗାଁ ପୋଲିସ କୁ ସୂଚନା ମିଳିଥିଲା। ବଡ଼ଗାଁ ଥାନା ଏଏସଆଇ ସସ୍ମିତା ନାଗ ଏହା ଉପରେ ନଜର ରଖିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରରେ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରିଛନ୍ତି।