ଚମ୍ପୁଆ: ବଡବିଲ ଆରଟିଓ ଅଫିସ ନିକଟରେ ଟ୍ରକ ଛିଡା କରି ଶୌଚ ହେବାକୁ ଯାଇଥିବା ଡ଼୍ରାଇଭରଙ୍କ ଠାରୁ ନଗଦ ସହ ମୋବାଇଲ ଲୁଟ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଆରଟିଓ ଅଫିସ ନିକଟରେ ଆଜି ସକାଳୁ ଜଣେ ଟ୍ରକ ଡ୍ରାଇଭର ଗାଡିକୁ ଛିଡା କରି ଶୌଚ ହେବାକୁ ଯାଇଥିବା ବେଳେ ହଠାତ୍ ୩ଜଣ ଦୃର୍ବୁତ୍ତ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ନଗଦ ସାଢ଼େ ୫ ହଜାର ଓ ମୋବାଇଲ ଲୁଟ କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।