କୋରାପୁଟ ସହର: ମହୋନପଡା ଗ୍ରାମ ନିକଟ ରେଳ ଧାରଣା କଡ଼ରେ ମୃତଦେହ, ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ
କୋରାପୁଟ ବ୍ଳକ୍ ମୋହନପଡା ଗ୍ରାମ ରେଳ ଲାଇନ୍ ନିକଟରେ ମୃତଦେହ ଉଦ୍ଧାର। ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ ଆରମ୍ଭ। ସୂଚନାଯୋଗ୍ୟ କୋରାପୁଟ ବ୍ଳକ୍ ମହୋନପଡା ଗ୍ରାମ ନିକଟ ରେଳ ଧାରଣା କଡ଼ରେ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ। ମୃତକ ଜଣକ ମୋହନପଡା ଗ୍ରାମର ଗଙ୍ଗାଧର ମାଝୀ ବୋଲି ଜଣାପଡିଛି । ସେ ଗତ ଦୁଇ ଦିନ ଧରି ନିଖୋଜ ରହିଥିଲେ ଚାଷ କାମ କରିବା ସହ ପୁଜା କର୍ମ କରୁଥିଲେ। ମିଳିଥିବା ସୂଚନାରୁ ଜଣାପଡିଛି ଗ୍ରାମରେ ଜମି ଜୁମା ବିବାଦକୁ ନେଇ ଗତ ଦିନରେ ଝଗଡ଼ା ହୋଇଥିବା ପୋଲିସ ଜାଣିବାକୁ ପାଇବା ପରେ ପୋଲିସ ସେ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି