ବାଲିିଅନ୍ତା: ଜଗନ୍ନାଥପୁରରେ ଜଳିଗଲା ଘର, ସାହାଯ୍ୟ ପାଇଁ ହାତ ବଢ଼ାଇଲା ସ୍ଥାନୀୟ ପ୍ରଶାସନ
ସୋମବାର ପୂର୍ବାହ୍ନ ପ୍ରାୟ ଏଗାରଟା ବେଳେ ବାଲିଅନ୍ତା ପ୍ରଶାସନ ପକ୍ଷରୁ ରାଜଧାନୀ ଉପକଣ୍ଠ ବାଲିଅନ୍ତା ନିକଟସ୍ଥ ଜଗନ୍ନାଥପୁର ଗାଁ ଠାରେ ଜଳି ଯାଇଥିବା ବ୍ୟକ୍ତିଙ୍କୁ ମିଳିଲା ସାହାଯ୍ୟ। ସୂଚନା ଅନୁଯାୟୀ ଜଗନ୍ନାଥପୁର ଗ୍ରାମର ଦାମୋଦର ଭୋଇଙ୍କ ଗତ କାଲି ରାତିରେ ସଟସର୍କିଟ ଯୋଗୁଁ ଘରେ ନିଆଁ ଲାଗି ଯାଇଥିଲା। ଚାଳ ଘର ହୋଇଥିବାରୁ ନିଆଁ ଖୁବ୍ ଜଲଦି ବ୍ୟାପିଥିଲା । ବାଲିପାଟଣା ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥଲେ।