ବିଞ୍ଝାରପୁର: ଜିଲ୍ଲା ରାଜସ୍ୱ ବିଭାଗ ଉଆସାହି ଛକରେ ଚଢ଼ାଉ,ଗୋଟିଏ ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ
ଜିଲ୍ଲା ରାଜସ୍ୱ ବିଭାଗ ଉଆସାହି ଛକରେ ଚଢ଼ାଉ,ଗୋଟିଏ ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ l ଯାଜପୁର ଟାଉନ ଥାନା ଉଆସାହି ଛକ ଦେଇ ପ୍ରତେକ ଦିନ ଅନେକ ବେଆଇନୀ ବାଲି ବୋଝେଇ ଗାଡି ଯାଉଥିବା ସ୍ଥାନୀୟ ଲୋକେ ଜିଲ୍ଲା ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଆଧାର କରି ଆଜି ଜିଲ୍ଲା ରାଜସ୍ୱ ବିଭାଗ ଅଧିକାରୀ ଛାୟାକାନ୍ତ ମହାନ୍ତ ଓ ରାହୁଲ କୁମାର ଏହି ଅଞ୍ଚଳରେ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ଖବର ପାଇ ଅନେକ ଗାଡି ଖସି ଯାଇଥିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ ମାନେ ଗୋଟିଏ ବେଆଇନୀ ବାଲି ବୋଝେଇ ହାଇୱା ଗାଡିକୁ ଜବତ କରିଥିଲେ l