ସୋମବାର ଅପରାନ୍ହରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ହରଭଙ୍ଗା ବ୍ଲକର ଦୁର୍ଗମ କଣ୍ଡରା ଓ କାଚପାଜୁ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି | ଉକ୍ତ ଅଞ୍ଚଳରେ ଚାଲିଥିବା ରାସ୍ତାକାମ ଦେଖିବା ସହ ତୁରନ୍ତ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟ, ପାନୀୟ ଜଳ, ଶିକ୍ଷା ଓ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜନ ସାଧାରଣ ମାନଙ୍କ ସହ ଆଲୋଚନା କରିଥିଲେ | ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l