ଆଜି ଡିସେମ୍ବର 7 ତାରିଖ ରବିବାର ରାତି 9 ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଥିବା ଜଣା ପଡିଛି। ତେବେ କେତେକ ସ୍ଥାନୀୟ ଲୋକେ ସମ୍ପୃକ୍ତ ବାଇକ ଆରୋହୀଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଲେଫ୍ରିପଡ଼ା ପୋଲିସକୁ ସୂଚନା ଦେଇଛନ୍ତି। ଅପର ପକ୍ଷେ ଦୁର୍ଘଟଣା ଘଟାଇ ଟ୍ରଲର ଚଳାକ ରାସ୍ତା ଉପରେ ଗାଡ଼ି ରଖି ଜଙ୍ଗଲ ମଧ୍ୟକୁ ଫେରାର ମାରିଥିବା ଜଣା ପଡ଼ିଛି। ତେବେ ଗୁରୁତର ବାଇକ ଚାଳକଙ୍କ ପରିଚୟ ମିଳି ପାରି ନାହିଁ।