ବିଞ୍ଝାରପୁର: ବିଂଝାରପୁର ପୋଲିସକୁ ବଡ଼ ସଫଳତା,କୁରବାନୀ ମହଲରୁ ଧରା ପଡିଲେ ପେସାଦାର ଚୋର ଗ୍ୟାଙ୍ଗ,ପୋଲିସର ତଦନ୍ତ ଆରମ୍ଭ
ବିଂଝାରପୁର ପୋଲିସକୁ ବଡ଼ ସଫଳତା,କୁରବାନୀ ମହଲରୁ ଧରା ପଡିଲେ ପେସାଦାର ଚୋର ଗ୍ୟାଙ୍ଗ,ପୋଲିସର ତଦନ୍ତ ଆରମ୍ଭ | ରେଡ ବେଳେ ତାଙ୍କ ନିକଟରୁ ମିଳିଛି ପୂର୍ବରୁ ଚୋରୀ କରିଥିବା 9ଟି ଗାଡି ବ୍ୟାଟେରୀ ସମେତ ଲକ୍ଷ୍ୟଧିକ ଟଙ୍କାର ଜିନିଷ | ଗତକାଲି ବିଳମ୍ବିତ ରାତିରେ ଥାନା ଛକରେ ଥିବା ରାସନ ଦୋକାନରୁ ଚୋରୀ ହେବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି| ବିଞ୍ଝାରପୁର ଥାନା ଅନ୍ତର୍ଗତ କୁରବାନୀ ମହଲାର ଜମାଲୁଦିନଙ୍କ ପୁଅ ନିଜାମୁଦିନ ଓ ତାଙ୍କ ସହଯୋଗୀ ମିଶି ଦୋକାନର କବାଟ ଭାଙ୍ଗି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ଜିନିଷ ସହ ନଗଦ ଟଙ୍କା ଲୁଟି ନେଇଥିଲେ |