ଆଜି ନଭେମ୍ୱର 18 ତାରିଖ ମଙ୍ଗଳବାର ସକାଳ 9 ଟା ପାଖାପାଖି ସମୟରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ଭାରପ୍ରାପ୍ତ ଅଧିକାରୀଙ୍କ ଦ୍ବାରା ଏହି ଅଭିଯୁକ୍ତ 60 ପ୍ୟାକେଟ OS ମଦ ସହ ଗିରଫ ହୋଇଛନ୍ତି। ବେଆଇନ୍ ମଦ କାରବାର କରୁଥିବା ଅଭିଯୋଗରେ ସମ୍ପୃକ୍ତ ମହିଳା ଗିରଫ ହୋଇଛନ୍ତି । ତେବେ ଗିରଫ ଅଭିଯୁକ୍ତ ମହିଳା ହେଲେ - ପଦ୍ମିନୀ ମାଝି। ଏ ନେଇ ଅବକାରୀ ବିଭାଗ ତାଙ୍କ ନାମରେ PR case 324 ରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ଅପରାହ୍ନ 3 ଟା ସମୟରେ କୋର୍ଟ ଚାଲାଣ କରିଛନ୍ତି ।