ପରଜଙ୍ଗ: ବସନ୍ତପଡ଼ା ଗାଁରେ ଅଘଟଣ ବଡ ମାଙ୍କ ଦଶାହ କର୍ମରେ ପୋଖରୀରେ ବୁଡି ପୁତୁରା ମୃତ
ବସନ୍ତପଡ଼ା ଗାଁରେ ଅଘଟଣ ବଡ ମାଙ୍କ ଦଶାହ କର୍ମରେ ପୋଖରୀରେ ବୁଡି ପୁତୁରା ମୃତ ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡା ଗ୍ରାମ ଗଡିଆ ପୋଖରୀରେ ରବିବାର ଅପରାହ୍ନ ୨ଟାରେ ବୁଡି ଯୁବକ ମୃତ। ଯୁବକ ଜଣଙ୍କ ସେହି ଗ୍ରାମର ଭକ୍ତ ଖିଲାର(୩୧) ବୋଲି ଜଣାପଡିଛି। ବଡ ମାଙ୍କ ଦେହାନ୍ତର ଦଶାହ କର୍ମ ସାରି ଗଡିଆ ପୋଖରୀକୁ ସୂଚୀ କାର୍ଯ୍ୟ ନିମନ୍ତେ ଭକ୍ତ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ବୁଡି ଯାଇଥିଲେ। ପାଖରେ ଥିବା ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୈଣସି ସନ୍ଧାନ ମିଳିପାରି ନଥିଲା। ପରଜଙ୍ଗ ଅଗ୍ନିଶମ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ପୋଖରୀରେ ଅଗ୍ନିଶମ କର୍ମଚାରୀ ମାନେ ଖୋଜ